ଭିଡିଓ
ଟ୍ରାନ୍ସକ୍ରିପସନ୍
ବ୍ରହ୍ମାଣ୍ଡର ସବୁଠୁ ବଡ଼ ଜିନିଷ ହେଉଛି କୃଷ୍ଣଗର୍ତ୍ତ।
ଗ୍ରହ ବା ତାରକା ଠୁଁ ବିପରୀତ, ସେଗୁଡ଼ିକର ଶାରୀରିକ ଆକାରର କୌଣସି ସୀମା ନଥାଏ।
ଓ ପ୍ରକୃତରେ ଅନ୍ତହୀନ ଭାବେ ବଢ଼ିପାରେ। ଯଦିଓ ବାସ୍ତବରେ ବିଭିନ୍ନ ପ୍ରକାରର କୃଷ୍ଣଗର୍ତ୍ତ ସୃଷ୍ଟି
କରିବାକୁ ନିର୍ଦ୍ଦିଷ୍ଟ ଜିନିଷ ସବୁ ଘଟିବା ଆବଶ୍ୟକ, ବ୍ରହ୍ମାଣ୍ଡର ଛୋଟରୁ ଆରମ୍ଭକରି ବଡ଼ ଜିନିଷ ପର୍ଯ୍ୟନ୍ତ।
ତେବେ କୃଷ୍ଣଗର୍ତ୍ତ କିପରି ବଢ଼େ ଏବଂ ସେଗୁଡ଼ିକ ମଧ୍ୟରୁ ସବୁଠୁ ବଡ଼ଟି କେତେ ବଡ଼?
ଏହି ଭିଡ଼ିଓଟି କୃଷ୍ଣଗର୍ତ୍ତ କିପରି କାର୍ଯ୍ୟ କରେ କିମ୍ବା ସେଗୁଡ଼ିକ କିପରି ସୃଷ୍ଟି ହୁଏ ସେ ବିଷୟରେ ଆଲୋଚନା କରିବ ନାହିଁ ଯେହେତୁ ଆମେ ଆମର
କୃଷ୍ଣଗର୍ତ୍ତ ଏବଂ ନ୍ୟୁଟ୍ରନ ତାରକା ସିରିଜରେ ବିସ୍ତୃତ ଭାବରେ ପଢ଼ିଛୁ, ଆପଣ ସେଗୁଡ଼ିକୁ ପରେ ଦେଖିପାରିବେ। ବର୍ତ୍ତମାନ ପାଇଁ ଆମେ
ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ପଦାର୍ଥ ଖୋଜିବାକୁ ଆଗ୍ରହୀ। ଚାଲନ୍ତୁ ଆରମ୍ଭ କରିବା, ଅତିରୁ ଅତି ଛୋଟରୁ।
ପ୍ରାରମ୍ଭିକ କୃଷ୍ଣଗର୍ତ୍ତ।
ସବୁଠୁ ଛୋଟ ପ୍ରକାରର କୃଷ୍ଣଗର୍ତ୍ତ ବିଦ୍ୟମାନ ଥାଇପାରେ ବା ନ ଥାଇପାରେ। ଯଦି ଥାଏ, ସେଗୁଡ଼ିକ
ବୋଧହୁଏ ବ୍ରହ୍ମାଣ୍ଡର ପ୍ରାଚୀନତମ ଜିନିଷ, ଏମିତିକି ପରମାଣୁଠାରୁ ମଧ୍ୟ ପୁରୁଣା। ସେଗୁଡ଼ିକ ମହା ବିସ୍ଫୋରଣର ଠିକ ପରେ ହିଁ ଗଠିତ ହୋଇଥିବେ,
ଯେତେବେଳେ ବ୍ରହ୍ମାଣ୍ଡ ପ୍ରଚଣ୍ଡ ଶକ୍ତିରେ ପରିପୂର୍ଣ୍ଣ ଥିଲା, ଯେ କୌଣସି ଛୋଟ ପକେଟ୍
ଯାହା ତା’ର ପଡ଼ୋଶୀମାନଙ୍କ ତୁଳନାରେ ଟିକେ ଅଧିକ ଘନ ଥିଲା, ଏକ କୃଷ୍ଣଗର୍ତ୍ତ ସୃଷ୍ଟି କରିପାରୁ ଥିଲା।
କ୍ଷୁଦ୍ରତମ ପ୍ରାରମ୍ଭିକ କୃଷ୍ଣଗର୍ତ୍ତ ଯାହା ପାଖାପାଖି ହୋଇପାରେ ଏକ ଟ୍ରିଲିଅନ କିଲୋଗ୍ରାମ
କିମ୍ବା ଏକ ବଡ଼ ପର୍ବତର ବସ୍ତୁତ୍ଵ। ଏବଂ ତଥାପି ସେଗୁଡ଼ିକ ଏକ ପ୍ରୋଟନ ଠାରୁ ବଡ଼ ହେବେ ନାହିଁ।
ପୃଥିବୀର ବସ୍ତୁତ୍ଵ ବିଶିଷ୍ଟ ଏକ ପ୍ରାରମ୍ଭିକ କୃଷ୍ଣଗର୍ତ୍ତ ଏକ ମୁଦ୍ରାଠାରୁ ବଡ଼ହେବା କଷ୍ଟ।
ଏହାଯୋଗୁଁ ସେଗୁଡ଼ିକୁ ଖୋଜିବା କଷ୍ଟସାଧ୍ୟ ହୋଇଥାଏ, ତେଣୁ ଆମେ ପ୍ରକୃତରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦେଖିନାହୁଁ- ଯଦି
ସେଗୁଡ଼ିକ ବିଦ୍ୟମାନ ସେଗୁଡ଼ିକ ହୁଏତ ରହସ୍ୟମୟ ଡାର୍କ ମ୍ୟାଟର ମଧ୍ୟ ହୋଇପାରନ୍ତି ଯାହା ଗାଲାକ୍ସିଗୁଡ଼ିକୁ ଏକତ୍ର ଧରି ରଖିଥାଏ।
ଚାଲନ୍ତୁ ଏବେ ଯିବା ସେହି ପ୍ରକାରର କୃଷ୍ଣଗର୍ତ୍ତ ଆଡ଼କୁ ଯାହା ନିଶ୍ଚିତ ଅଛି ବୋଲି ଆମେ ଜାଣିଛୁ।
ତାରକୀୟ କୃଷ୍ଣଗର୍ତ୍ତ।
ଏକ କୃଷ୍ଣଗର୍ତ୍ତ ତିଆରି କରିବାକୁ ଆମକୁ ପର୍ଯ୍ୟାପ୍ତ ପଦାର୍ଥକୁ ଏତେ ସମ୍ପୀଡ଼ିତ କରିବାକୁ ପଡ଼ିବ ଯେ ଏହା ନିଜେ ନିଜ ଭିତରେ ଧସିଯିବ।
ଏହା ପରେ, ଆମେ ଯେତେ ଅଧିକ ବସ୍ତୁତ୍ଵ ଏହାକୁ ଫୋପାଡ଼ିଥାଉ, ଏହା ସେତେ ବଡ଼ ହୋଇଯାଏ। ଆଜିର ବ୍ରହ୍ମାଣ୍ଡରେ,
କେବଳ ଅତି ପ୍ରଚଣ୍ଡ ମହାଜାଗତିକ ଘଟଣା ଆବଶ୍ୟକ ପରିସ୍ଥିତି ସୃଷ୍ଟି କରିପାରିବ, ଯେପରିକି ନିଉଟ୍ରନ
ତାରକାମାନଙ୍କ ମିଶ୍ରଣ କିମ୍ବା ଯେତେବେଳେ ଏକ ବିରାଟ ତାରକାର କେନ୍ଦ୍ରାଭ୍ୟନ୍ତର ଏକ ସୁପରନୋଭାରେ ପରିଣତ ହୁଏ। ଏଠାରେ କାମକଲା ପରି
ଏକ ଏକକ ପାଇଁ, ଆମେ ଆମ ସୂର୍ଯ୍ୟର ବସ୍ତୁତ୍ଵ ବ୍ୟବହାର କରିବୁ, ଯାହା ପ୍ରାୟ ୨ ମିଲିଅନ ଟ୍ରିଲିଅନ ଟ୍ରିଲିଅନ କିଲୋଗ୍ରାମ।
କ୍ଷୁଦ୍ରତମ ଜଣାଶୁଣା କୃଷ୍ଣଗର୍ତ୍ତର ବସ୍ତୁତ୍ଵ ସୂର୍ଯ୍ୟର ବସ୍ତୁତ୍ଵର ୨.୭ ଗୁଣ ଅଟେ ଯାହା ୧୬ କିଲୋମିଟର ବ୍ୟାସାର୍ଦ୍ଧ ଥିବା
ଏକ ଗୋଲକ ପରି କାର୍ଯ୍ୟ କରେ, ଯାହା ପ୍ୟାରିସକୁ ଆଚ୍ଛାଦନ କରିବାକୁ ଯଥେଷ୍ଟ।
ଅନ୍ୟ ଏକ ହାଲୁକା କୃଷ୍ଣଗର୍ତ୍ତ ହେଉଛି ଭି୭୨୩ ସୋମ ଲୋହିତ ଦାନବ ତାରକାର ସାଥୀ।
ଏହି ତାରକା ଆମ ସୂର୍ଯ୍ୟଠାରୁ ୨୪ ଗୁଣ ବଡ଼, ୩୦ ମିଲିଅନ କିଲୋମିଟର ବ୍ୟାସ। ଏବଂ ତଥାପି, ଏହା ୧୭.୨ କିଲୋମିଟର
ଚଉଡ଼ା ବିଶିଷ୍ଟ ଏକ କ୍ଷୁଦ୍ର କୃଷ୍ଣଗର୍ତ୍ତ ଦ୍ୱାରା ଏଣେତେଣେ ଫିଙ୍ଗା ଫୋପଡ଼ା ହୋଇଥାଏ। ଏହି ତାରକା ଉପରେ
ଦାଦାଗିରି କରୁଥିବା ଏହି ଛୋଟ ପଦାର୍ଥ ଟି ଏତେ ଛୋଟ ଯେ ତୁଳନା କରି ଦେଖାଇବା ଅତୀବ କଷ୍ଟକର।
ସର୍ବବୃହତ ଜଣାଶୁଣା ତାରକୀୟ କୃଷ୍ଣଗର୍ତ୍ତ ହେଉଛି ଏମ୩୩ ଏକ୍ସ-୭। ଏହା ବର୍ତ୍ତମାନ ଏକ ୭୦ ସୌର ବସ୍ତୁତ୍ଵ ବିଶିଷ୍ଟ ନୀଳ ଦାନବାକୁ
ଖାଇବାରେ ନିଜ ସମୟ ବିତାଇଥାଏ, ଅଳ୍ପ ଅଳ୍ପ କରି। ସେଇ ଚୋରି ହୋଇଥିବା ଜିନିଷଗୁଡ଼ିକ କୃଷ୍ଣଗର୍ତ୍ତ ଆଡ଼କୁ ଏମିତି ପ୍ରତିକ୍ରମା କରି କରି ଯାଏ,
ଯେମିତି ନାଳରେ ତଳକୁ ଯାଉଥିବା ଜଳ, ଘର୍ଷଣ ଏହାକୁ ଏତେ ଅଧିକ ତାପମାତ୍ରା ପର୍ଯ୍ୟନ୍ତ ଗରମ କରିଦିଏ ଯେ
ଆମ ସୂର୍ଯ୍ୟଙ୍କ ଅପେକ୍ଷା ୫୦୦,୦୦୦ ଗୁଣ ଅଧିକ ଉଜ୍ଜ୍ୱଳ ହୋଇଯାଏ ଏବଂ ତଥାପି, ଏକ୍ସ-୭ ହେଉଛି ‘କେବଳ’ ୧୫.୬୫ ସୌର ବସ୍ତୁତ୍ଵ ବିଶିଷ୍ଟ
ଏବଂ ୯୨ କିଲୋମିଟର ଚଉଡ଼ା, ଯାହାକି କର୍ସିକା ଉପରେ ଛାଇ ପକାଇବାକୁ ଯଥେଷ୍ଟ ବଡ଼।
ବହୁତ ବଡ଼ ହେବାକୁ, କୃଷ୍ଣଗର୍ତ୍ତକୁ ଅନେକ ତାରକା ଗ୍ରାସ କରିବାକୁ ପଡ଼ିବ କିମ୍ବା ଆହୁରି ଭଲ, ପରସ୍ପର ସହିତ ମିଶ୍ରଣ।
ଏହି ମିଶ୍ରଣଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ କରୁଥିବା ଯନ୍ତ୍ରଗୁଡ଼ିକ ବହୁତ ନୂଆ ତେଣୁ ଆମେ
ସମ୍ପ୍ରତି ଅନେକ ରୋମାଞ୍ଚକର ପଦାର୍ଥ ଆବିଷ୍କାର କରୁଛୁ। ଦୁଇଟି ବୃହତ କୃଷ୍ଣଗର୍ତ୍ତ ପରି ଯାହା ଆମେ ୧୭ ବିଲିଅନ ଆଲୋକବର୍ଷ ଦୂରରେ
ଥିବା ଏକ ଗାଲାକ୍ସିରେ ଚିହ୍ନଟ କରିଥିଲୁ। ଯେପରି ସେଗୁଡ଼ିକ ପରସ୍ପରକୁ ପ୍ରଚଣ୍ଡ ଭାବରେ ପରିକ୍ରମା କଲେ, ସେଗୁଡ଼ିକ ୪୪୦୦ ବର୍ଷରେ
ଆକାଶଗଙ୍ଗାରେ ସମସ୍ତ ତାରକାଙ୍କ ମିଳିତ ଆଲୋକ ଅପେକ୍ଷା ମହାକର୍ଷଣ ଶକ୍ତି ତରଙ୍ଗ ଆକାରରେ
ଅଧିକ ଶକ୍ତି ମୋଚନ କରିଥିଲେ। ସେଗୁଡ଼ିକ ସୃଷ୍ଟି କରିଥିବା ନୂତନ କୃଷ୍ଣଗର୍ତ୍ତଟି ପାଖାପାଖି ଜର୍ମାନୀ ଆକାରର ଏବଂ ୧୪୨ ସୌର ବସ୍ତୁତ୍ଵ ବିଶିଷ୍ଟ
ଏବଂ ଏଠାରେ ଆମେ ମାପକାଠିରେ ଏକ କୌତୁହଳପୂର୍ଣ୍ଣ ବ୍ୟବଧାନ ଦେଖିଲୁ।
୧୫୦ ସୌର ବସ୍ତୁତ୍ଵ ପର୍ଯ୍ୟନ୍ତ ଅନେକ କୃଷ୍ଣଗର୍ତ୍ତ ରହିଛି। ଏବଂ ତା’ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କିଛି
ନାହିଁ। ଯେବେ ଆମେ ହଠାତ କୃଷ୍ଣଗର୍ତ୍ତଗୁଡ଼ିକୁ ଦେଖୁ , ତାହା ମିଲିଅନ ଲକ୍ଷ ଗୁଣ ଅଧିକ ବଡ଼ ଅଟେ।
ଯାହା ଟିକେ ବିଭ୍ରାନ୍ତିକର, କାରଣ ଆମର ଏହି ଧାରଣା ଥିଲା ଯେ କୃଷ୍ଣଗର୍ତ୍ତଗୁଡ଼ିକ କ୍ରମାଗତ ଭାବରେ ବଢ଼ିଚାଲିଛି।
କିନ୍ତୁ ଏବେ ଥିବା ଅତ୍ୟଧିକ ବୃହତ କୃଷ୍ଣଗର୍ତ୍ତ ପାଇଁ ଏହି ପ୍ରକ୍ରିୟା ସେଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଯଥେଷ୍ଟ ଦ୍ରୁତ ନୁହେଁ।
ଏହି ଅତି ବିଶାଳ କୃଷ୍ଣଗର୍ତ୍ତଗୁଡ଼ିକ ତାରକା ଗ୍ରାସ କରି ଓ ପରସ୍ପର ସହିତ ମିଶ୍ରଣ
ଦ୍ୱାରା ସୃଷ୍ଟି ହେବା ପାଇଁ ଏ ବ୍ରହ୍ମାଣ୍ଡ ଯଥେଷ୍ଟ ବୟସ୍କ ନୁହେଁ। ଆଉ କିଛି ନିଶ୍ଚିତ ଘଟିଥିବ।
ଆମେ କିପରି ବ୍ରହ୍ମାଣ୍ଡର ସର୍ବବୃହତ କୃଷ୍ଣଗର୍ତ୍ତ ପାଇଲୁ ତାହା ବ୍ୟାଖ୍ୟା କରିବାକୁ, ଆମ ହୁଏତ ସର୍ବ ବୃହତ
ତାରକା ଆବଶ୍ୟକ କରିପାରୁ: କ୍ୱେଜାଇ ତାରକା। ମାପକାଠିର ଏକ ଅନୁଭବ ପାଇବାକୁ, ଆମେ ସେଗୁଡ଼ିକୁ ତୁଳନା କରିପାରିବା
ଆଜି ବିଦ୍ୟମାନ ଥିବା ବୃହତ୍ତମ ତାରକାଗଣଙ୍କ ସହ। ଆମ ସୂର୍ଯ୍ୟ ସେଗୁଡ଼ିକ ଆଗରେ ଏକ ବାଲି କଣା ସଦୃଶ।
କ୍ୱେଜାଇ ତାରକାଗୁଡ଼ିକ ପ୍ରକୃତରେ ବିଦ୍ୟମାନ ଥିଲେ କି ନାହିଁ ଆମେ ଜାଣୁନା କିନ୍ତୁ ଯେବେ କୃଷ୍ଣଗର୍ତ୍ତର ବିକାଶକୁ ସୁପରଚାର୍ଜ
କରିବା କଥା ଉଠେ, ସେଗୁଡ଼ିକ ଏକ ଆକର୍ଷଣୀୟ ଧାରଣା। ଧାରଣା ଏଇଆ ଯେ ପ୍ରାରମ୍ଭିକ ବ୍ରହ୍ମାଣ୍ଡରେ ପଦାର୍ଥ ଏତେ ଘନ ଥିଲା ଯେ
ସେହି କ୍ୱେଜାଇ ତାରକାମାନେ ଆମ ସୂର୍ଯ୍ୟର ବସ୍ତୁତ୍ଵର ହଜାରେ ଗୁଣ ପର୍ଯ୍ୟନ୍ତ ବଢ଼ି ପାରିଥାନ୍ତା। ହେଇପାରେ ଏହି
ତାରକାଗୁଡ଼ିକ ନିଜ ଓଜନ ଯୋଗୁଁ ଏତେ ପେଷି ହୋଇଥିବ ଯେ ବାସ୍ତବରେ କୃଷ୍ଣଗର୍ତ୍ତରେ ଲୀନ ହୋଇ ଯାଇଥିବ, ଯେବେକି
ତାରକାଟି ଏବେ ବି ସୃଷ୍ଟି ହେଉଥିଲା। ଆଜିକାଲିର ତାରକାଙ୍କ ବିପରୀତ ଯେଉଁମାନେ ଏହି ପ୍ରକ୍ରିୟାରେ ନିଜକୁ ନଷ୍ଟ କରିଦେବେ,
କ୍ୱେଜାଇ ତାରକାମାନଙ୍କ ଭିତରେ, ଏକ ମାରାତ୍ମକ ସନ୍ତୁଳନ ସୃଷ୍ଟି ହୋଇଥିବ। ମହାକର୍ଷଣ ଶକ୍ତି ଅତି ବିଶାଳ ତାରକାକୁ
ଏକତ୍ର ଦବେଇଲା, ଏହା କୃଷ୍ଣଗର୍ତ୍ତକୁ ଗ୍ରାସ କରିବାକୁ ଦେଇ ପଦାର୍ଥକୁ ଏତେ ମାତ୍ରାରେ ଗରମ କଲା ଯେ ବିକିରଣ
ଚାପ ତାରକାକୁ ସ୍ଥିର ରଖିଲା। ଏବଂ ତେଣୁ ଏହି ଶୀଘ୍ର ବଢୁଥିବା କୃଷ୍ଣଗର୍ତ୍ତଗୁଡ଼ିକ ମିଲିଅନ ମିଲିଅନ ବର୍ଷ ଯାଏଁ
କ୍ୱେଜାଇ ତାରକାକୁ ଗ୍ରାସ କରିବାରେ ସକ୍ଷମ ହୋଇପାରେ ଏବଂ କୌଣସି ବି ଆଧୁନିକ ୟ ତାରକୀୟ କୃଷ୍ଣଗର୍ତ୍ତ ଠୁଁ ଅଧିକ ବଡ଼
ହୋଇପାରେ। କୃଷ୍ଣଗର୍ତ୍ତ, ଯେଉଁ ଗୁଡ଼ିକ ସୂର୍ଯ୍ୟଙ୍କ ବସ୍ତୁତ୍ଵଠାରୁ କିଛି ହଜାର ଗୁଣ ଏବଂ ସମଗ୍ର ପୃଥିବୀ ଅପେକ୍ଷା ପ୍ରଶସ୍ତ।
ଏହି କୃଷ୍ଣଗର୍ତ୍ତଗୁଡ଼ିକ ଅତି ବିଶାଳ କୃଷ୍ଣଗର୍ତ୍ତ ପାଇଁ ମଞ୍ଜି ସଦୃଶ ହୋଇଥାଇପାରେ।
ଅତି ବିଶାଳ କୃଷ୍ଣଗର୍ତ୍ତ।
ତେଣୁ ବର୍ତ୍ତମାନ, ଆମେ ଆମର ବ୍ରହ୍ମାଣ୍ଡର ରାଜାମାନଙ୍କ ନିକଟରେ ପହଞ୍ଚୁ, ଅସ୍ତିତ୍ୱର ସର୍ବବୃହତ ଏକକ ଶରୀର।
ଅଧିକାଂଶ ଗ୍ୟାଲେକ୍ସିର କେନ୍ଦ୍ରଗୁଡ଼ିକରେ ଏକ ଅତି ବିଶାଳ କୃଷ୍ଣଗର୍ତ୍ତ ରହିଥାଏ, ଏବଂ ସେଗୁଡ଼ିକ ବିକଟାଳ।
ଆକାଶଗଙ୍ଗାରେ ଆମର ଏକ ସାଗିଟାରିୟସ କ ତାରକା ଅଛି, ଏହା ପ୍ରାୟ ୪ ମିଲିଅନ ସୌର ବସ୍ତୁତ୍ଵ ସହିତ ଏକ ଅତି ବିଶାଳ
କୃଷ୍ଣଗର୍ତ୍ତ ଯାହା ଶାନ୍ତ ଏବଂ ସଂଗୃହିତ ଏବଂ କେବଳ ଏହାର କାର୍ଯ୍ୟ କରିଥାଏ। ଆମେ ଜାଣିଛୁ
ଏହା ସେଠାରେ ବସିଥାଏ କାରଣ ଆମେ ଦେଖିପାରୁଛୁ ଯେ ଅନେକ ତାରକା ଖାଲି ଦେଖାଯାଉଥିବା ସ୍ଥାନ ଚାରିପାଖେ ପରିକ୍ରମା କରୁଛନ୍ତି।
ଏବଂ ଏହାର ଅବିଶ୍ୱସନୀୟ ବସ୍ତୁତ୍ଵ ସତ୍ତ୍ବେ , ଏହାର ବ୍ୟାସାର୍ଦ୍ଧ ଆମ ସୂର୍ଯ୍ୟର କେବଳ ମାତ୍ର ୧୭ ଗୁଣ।
ଅଧିକାଂଶ ବିଶାଳ ତାରକାମାନଙ୍କଠାରୁ ଛୋଟ, କିନ୍ତୁ ମିଲିଅନ ମିଲିଅନ ଗୁଣ ଅଧିକ ବୃହତ।
ଅତି ବିଶାଳ କୃଷ୍ଣଗର୍ତ୍ତଗୁଡ଼ିକ ଏତେ ବଡ଼ ଏବଂ ଗ୍ୟାଲେକ୍ସିଗୁଡ଼ିକର କେନ୍ଦ୍ରରେ ଅବସ୍ଥିତ ଥିବାରୁ
ଅନେକ ଲୋକ ସେଗୁଡ଼ିକୁ ସୌର ଜଗତର ସୂର୍ଯ୍ୟ ପରି ଟିକେ କଳ୍ପନା କରନ୍ତି। ଏକ ଲଙ୍ଗର ଯାହା
ଅନ୍ୟ ସମସ୍ତ ପଦାର୍ଥକୁ ଏକତ୍ର କରିରଖେ ଓ ଏହାକୁ ଏକ କକ୍ଷପଥରେ ରହିବାକୁ ବାଧ୍ୟକରେ। କିନ୍ତୁ ଏହା ଏକ ଭୁଲ ଧାରଣା। ଯେତେବେଳେ
ସୂର୍ଯ୍ୟ ସୌର ଜଗତର ସମସ୍ତ ଜିନିଷତ୍ବର ୯୯.୮୬% ଅଟେ, ଅତି ବିଶାଳ କୃଷ୍ଣଗର୍ତ୍ତରେ ସାଧାରଣତଃ ଗାଲାକ୍ସିର ଜିନିଷତ୍ବର
କେବଳ ୦.୦୦୧% ଅଟେ। ଗ୍ୟାଲେକ୍ସିରେ ଥିବା କୋଟି କୋଟି ତାରକାଗୁଡ଼ିକ ମହାକର୍ଷଣ ଶକ୍ତିରେ ବନ୍ଧା
ନୁହଁନ୍ତି, ଏହା ପରିବର୍ତ୍ତେ ଏହା କୃଷ୍ଣ ଜିନିଷର ମହାକର୍ଷଣ ଶକ୍ତିର ପ୍ରଭାବ ଯାହା ସେଗୁଡ଼ିକୁ ଏକତ୍ର କରିଥାଏ।
ଅନେକ ଅତି ବିଶାଳ କୃଷ୍ଣଗର୍ତ୍ତ ଭଦ୍ର ନୁହଁନ୍ତି, ବିଶେଷତଃ ଯେତେବେଳେ ସେଗୁଡ଼ିକ ନିଜ ଗାଲାକ୍ସିରେ ଭରପୂର
ପ୍ରବଳ ଜିନିଷତ୍ବକୁ ଖାଇବାରେ ଲାଗିଥାନ୍ତି। ବି.ଏଲ. ଲାସେର୍ଟି ଗାଲାକ୍ସିର କେନ୍ଦ୍ରରେ ଥିବା ଏକ
ଏତେ ପଦାର୍ଥ ଗ୍ରାସ କରୁଛି ଯେ ତାହା ପ୍ରାୟତଃ ଆଲୋକ ବେଗରେ ତ୍ୱରାନ୍ୱିତ ହେଉଥିବା ପ୍ଲାଜ୍ମାର ଜେଟ୍ ଉତ୍ପନ୍ନ କରେ।
ଯଦି ପୃଥିବୀ ଏହି ବିଶାଳ ପିଣ୍ଡକୁ ପରିକ୍ରମା କରୁଥାନ୍ତା, ତେବେ ଏହା ଆକାଶରେ ଥିବା ସୂର୍ଯ୍ୟଙ୍କଠାରୁ ୧୧୫ ଗୁଣ ବଡ଼ ଦେଖା ଯାଇଥାନ୍ତା…
ଏବଂ ଆମେ ଏହାର ଦୀପ୍ତିମାନ ଗରମ ଅଭିବୃଦ୍ଧି ଡିସ୍କ ଦ୍ୱାରା ସେକେଣ୍ଡରେ ପାଉଁଶରେ ପରିଣତ ହୋଇଯିବା।
ଏହି କ୍ଷଣରେ କୃଷ୍ଣଗର୍ତ୍ତଗୁଡ଼ିକ ଏତେ ବଡ଼ ହୋଇଯାଏ ଯେ ତାରକାଗୁଡ଼ିକ ସେଗୁଡ଼ିକ ତୁଳନାରେ ହାସ୍ୟାସ୍ପଦ ଭାବରେ ଛୋଟ ଦେଖାଯାଏ।
ଗାଲାକ୍ସି ସିଗ୍ନସ୍ କ ରେ ୨.୫ ବିଲିଅନ ସୌର ବସ୍ତୁତ୍ଵ ଏବଂ ୧୪.୭ ବିଲିଅନ କିଲୋମିଟର ଚଉଡ଼ା ଥିବା ଏକ ଅତି ବିଶାଳ କୃଷ୍ଣଗର୍ତ୍ତ ଅଛି,
ଏହାର ଅର୍ଥ ହେଉଛି ଯଦି ଏହା ଆମ ସୂର୍ଯ୍ୟଙ୍କ ସ୍ଥାନ ନେଇଥାନ୍ତା ତେବେ ଏହା ସମସ୍ତ ଗ୍ରହକୁ ଗ୍ରାସ କରନ୍ତା ଏବଂ
ଆମର ସୌର ଜଗତର ପ୍ରାନ୍ତର ଅଧା ଯାଏଁ ପ୍ରସରିଥାନ୍ତା। ଏହା ଏତେ ପରିମାଣର ବସ୍ତୁତ୍ଵ ଏବଂ ସାମଗ୍ରୀକୁ ଗ୍ରାସ କରୁଛି ଯେ
ଏହା ନିଜର ଡିସ୍କକୁ ଏକ ପ୍ରକାର ଚୁମ୍ବକୀୟ ଫନେଲରେ ପରିଣତ କରେ, ଯେଉଁଠୁ ଆକାଶଗଙ୍ଗା ଉପରେ
ବିଶାଳ ରେଡ଼ିଓ ଲୋବ ବନେଇ ଗ୍ଯାସ ବାହାରେ, ଯାହାର ବ୍ୟାସ ଅଧା ମିଲିଅନ ଆଲୋକବର୍ଷ ଅଟେ। ଯାହାକି ୨.୫ ଅକାଶଗଙ୍ଗା ଚଉଡ଼ା।
ଅନ୍ୟ ଏକ ସୁନ୍ଦର ଅତି ବିଶାଳ କୃଷ୍ଣଗର୍ତ୍ତ ଗାଲାକ୍ସି ମେସିଅର୍ ୮୭ ରେ
ଅଛି। ଏହାର ୬.୫ ବିଲିଅନ ସୌର ବସ୍ତୁତ୍ଵ ଅଛି ଏବଂ ଏହା ପ୍ରଥମ କୃଷ୍ଣଗର୍ତ୍ତ ଯାହାର ପ୍ରକୃତ ଫଟୋ ଆମକୁ ମିଳିଲା।
ନା ଏଇଆ କହିବା କି ଭୟଙ୍କର ଛାୟାର ପ୍ରାନ୍ତରେ ଥିବା ଉଜ୍ଜ୍ଵଳ ଗ୍ୟାସର ଫଟୋ।
ଅନ୍ଧକାରର ଏହି କ୍ଷେତ୍ର ଏତେ ବଡ଼ ଯେ ଏହା ଆମର ସମଗ୍ର ସୌର ଜଗତକୁ ଆବୃତ କରେ।
ଏବଂ ତଥାପି, ଏହି ପ୍ରକାରର ଜିନିଷଗୁଡ଼ିକ ଉପରେ ମଧ୍ୟ ଏକ ମାପକାଠି ଅଛି…
ବିଶାଳକାୟ କୃଷ୍ଣଗର୍ତ୍ତ।
ବର୍ତ୍ତମାନ ଆମେ ସବୁଠୁ ବଡ଼ କୃଷ୍ଣଗର୍ତ୍ତଠାରେ ପହଞ୍ଚିଛୁ, ବୋଧହୁଏ ସର୍ବବୃହତ ଏକକ ପିଣ୍ଡ ଯାହାକି କେବେବି ବିଦ୍ୟମାନ ରହିବ।
ଏହି କୃଷ୍ଣଗର୍ତ୍ତଗୁଡ଼ିକ ଏତେ ଅଧିକ ଖାଇଛନ୍ତି ଯେ ସେଗୁଡ଼ିକ ବିଲିଅନ ବିଲିଅନ ସୌର ବସ୍ତୁତ୍ଵରେ ବୃଦ୍ଧି ପାଇଛନ୍ତି।
ତାଙ୍କ ମହାକର୍ଷଣ ଶକ୍ତି ‘କ୍ୱାସର’ ପାଇଁ ଇଞ୍ଜିନ ସଦୃଶ ଅଟେ- ତାରକାଥିବା ହଜାର ହଜାର ଗ୍ୟାଲେକ୍ସି ଠାରୁ ଅଧିକ ଉଜ୍ଜ୍ୱଳ ଏକ ଅଭିବୃଦ୍ଧି ଡିସ୍କ।
ଏତେ ବଡ଼ ଯେ ସେଗୁଡ଼ିକ ନିଜର ଏକ ଆଖ୍ୟା ପାଇବାକୁ ଯୋଗ୍ୟ - ବିଶାଳକାୟ କୃଷ୍ଣଗର୍ତ୍ତ।
ଗାଲାକ୍ସି ଓଜେ ୨୮୭ ର କେନ୍ଦ୍ରରେ ଥିବା ବିଶାଳକାୟ କୃଷ୍ଣଗର୍ତ୍ତ ହେଉଛି ୧୮ ବିଲିଅନ ସୌର ବସ୍ତୁତ୍ଵ। ଏହା
ଏତେ ବଡ଼ ଯେ ଏହାର ଏକ ଅତି ବିଶାଳ କୃଷ୍ଣଗର୍ତ୍ତ ଅଛି, ସାଗିଟାରିୟସ କ ତାରକା ଠାରୁ ପ୍ରାୟ ଚାଳିଶ ଗୁଣ ବଡ଼,
ଯାହା ଏହାକୁ ପରିକ୍ରମା କରୁଛି!। ଏହି ଜିନିଷଟି କଳ୍ପନା ବାହାରେ ଏବଂ କୌଣସି ଜିନିଷ ସହିତ ତୁଳନା କରିବା ପ୍ରକୃତରେ କଷ୍ଟକର।
ଏହା ଆରାମରେ ତିନୋଟି ସୌର ଜଗତକୁ ପାଖାପାଖି ଏହା ଭିତରେ ଫିଟ୍ କରିପାରେ।
ଚାଲନ୍ତୁ ଏହି ବିକ୍ଷିପ୍ତ ପ୍ରତିଯୋଗିତାକୁ ସମାପ୍ତ କରିବା ଏବଂ ରାଜାମାନଙ୍କ ରାଜାଙ୍କ ନିକଟକୁ ଯିବା।
ଟନ୍ ୬୧୮, ଏକ କୃଷ୍ଣଗର୍ତ୍ତ ଯାହାକୁ ଆମେ ଗ୍ୟାଲେକ୍ସି ସମାନ ପଦାର୍ଥ ଗ୍ରାସ କରୁଥିବାର ଦେଖିପାରୁ, ଶହେ
ଟ୍ରିଲିଅନ ତାରକାର ଉଜ୍ଜ୍ୱଳତା ସହିତ ଉଜ୍ଜ୍ୱଳ, ଯାହା ୧୮ ବିଲିଅନ ଆଲୋକ ବର୍ଷ ଦୂରରୁ ଦେଖାଯାଏ।
ଏହାର ଅବିଶ୍ୱସନୀୟ ୬୬ ବିଲିଅନ ସୌର ବସ୍ତୁତ୍ଵ ଅଟେ। ଏକ କୃଷ୍ଣଗର୍ତ୍ତ ଏତେ ବଡ଼ ଯେ ଆଲୋକକୁ ଘଟଣା
ଦିଗବଳୟ ଅତିକ୍ରମ କରିବା ପରେ ଏକକତାକୁ ପହଞ୍ଚିବାକୁ ଏକ ସପ୍ତାହ ଲାଗିବ। ପ୍ରାୟ ୧୧
ସୌର ଜଗତ ଏହାର ଭିତରେ ପାଖାପାଖି ରହିପାରେ। ଏହା ବ୍ରହ୍ମାଣ୍ଡର ସବୁଠାରୁ
ବଡ଼ ଏକକ ପିଣ୍ଡ ହୋଇପାରେ। କିନ୍ତୁ ବାସ୍ତବରେ, ଏହା ବୋଧହୁଏ ଆହୁରି ବଡ଼।
ଯେହେତୁ ଟନ୍ ୬୧୮ ବହୁତ ଦୂରରେ ରହିଛି, ୧୦ ବିଲିଅନ ବର୍ଷ ପୂର୍ବେ ଏହା କିପରି ଦେଖାଯାଉଥିଲା ଆମେ କେବଳ ତାହା ଦେଖୁ।
ଯେକୌଣସି ପରିସ୍ଥିତିରେ, କୃଷ୍ଣଗର୍ତ୍ତ ଭୟାନକ ଏବଂ ରହସ୍ୟମୟ
ଓ ବୃହତ ଅଟେ। ଅନ୍ୟ ସମସ୍ତ ଜିନିଷ ମରିବା ପରେ ସେଗୁଡ଼ିକ ଏଠାରେ ରହିବେ, ଏବଂ ବଡ଼ ହୋଇ ହୋଇଯିବେ।
ତେଣୁ ଚାଲନ୍ତୁ ଏବେ ପୁଣିଥରେ ଯାତ୍ରା କରିବା। ସବୁଠାରୁ ଛୋଟ
ସମ୍ଭାବ୍ୟ କୃଷ୍ଣଗର୍ତ୍ତରୁ, ସବୁଠାରୁ ବଡ଼ ପର୍ଯ୍ୟନ୍ତ।
ଚାଲନ୍ତୁ ଆଜି କିଛି ନୂଆ ଚେଷ୍ଟା କରିବା, ଆମେ ଏହାକୁ ଡାକିବା: “ମିଛର ପଛରେ”
ଏହି ଭିଡ଼ିଓରେ ଥିବା ଆବଶ୍ୟକୀୟ ଅଶୁଦ୍ଧି ବିଷୟରେ ଟିକିଏ ଏକ ଛୋଟ ପରଦା ପୃଷ୍ଠପଟ କାରଣ
କୃଷ୍ଣଗର୍ତ୍ତକୁ ଟ୍ରେଡ଼ିଙ୍ଗ କାର୍ଡ଼ ପରି ଶ୍ରେଣୀଭୁକ୍ତ କରିବା ପ୍ରକୃତରେ ସମ୍ଭବପର ନୁହେଁ।
ଏମିତି କେମିତି? ଆଚ୍ଛା, ଯେତେବେଳେ ଆମେ ମିଲିଅନ ମିଲିଅନ ତାରକା ତାଲିକାଭୁକ୍ତ କରିଛୁ, ଆମର ବାସ୍ତବରେ କେବଳ
କିଛି ଡଜନ କୃଷ୍ଣଗର୍ତ୍ତ ଉପରେ ଭଲ ତଥ୍ୟ ଅଛି। ଏହାର କାରଣ ହେଉଛି କୃଷ୍ଣଗର୍ତ୍ତ ନିରୀଖିବା
୫୦ ବର୍ଷ ପୂର୍ବେ ଏକ ଜିନିଷ ନଥିଲା - ଏବଂ ଟେକନୀକ ରୂପେ ଏପର୍ଯ୍ୟନ୍ତ ନାହିଁ, କାରଣ ଆମେ କୃଷ୍ଣଗର୍ତ୍ତ ଦେଖିପାରୁ ନାହୁଁ।
ଆମେ କେବଳ ସେଗୁଡ଼ିକର ଗୁଣଗୁଡ଼ିକ ସେଗୁଡ଼ିକ ଚାରିପାଖରେ ଥିବା ବିଷୟ ଉପରେ ସେଗୁଡ଼ିକର ମହାକର୍ଷଣ ଶକ୍ତି ପ୍ରଭାବ ଅଧ୍ୟୟନରୁ
ପାଇପାରିବା, ଯେପରି ତାରକାଗୁଡ଼ିକର କକ୍ଷପଥ ପରି, ଯାହା ସେଗୁଡ଼ିକର ନିକଟତର ହୁଏ। ଏହି ପ୍ରଭାବ କୃଷ୍ଣଗର୍ତ୍ତର ବସ୍ତୁତ୍ଵ ଉପରେ ନିର୍ଭର କରେ,
ଯାହାକୁ ଆମେ କେପଲରଙ୍କ ନିୟମ ସହିତ ଅତି ମୌଳିକ ସ୍ତରରେ ଅନୁମାନ କରିପାରିବା।
କିନ୍ତୁ ଏହା ବଡ଼ ଅନିଶ୍ଚିତତା ଏବଂ ତ୍ରୁଟି ଦଣ୍ଡ ସହିତ ଆସିଥାଏ।
ତା’ପରେ ଆମକୁ ବସ୍ତୁତ୍ଵକୁ ଆକାରରେ ରୂପାନ୍ତର କରିବାକୁ ପଡ଼ିବ, ଯାହା ନୂତନ ଅନିଶ୍ଚିତତା ଆଣିଥାଏ।
ଉଦାହରଣ ସ୍ବରୂପ, ଆମେ ଶ୍ଵାର୍ଜସ୍ଚିଲ୍ଡ ସମୀକରଣ ବ୍ୟବହାର କରି ବସ୍ତୁତ୍ଵରୁ ବ୍ୟାସାର୍ଦ୍ଧ ଗଣନା କରିଥିଲୁ ଯାହା
ସରଳତା ପାଇଁ କୃଷ୍ଣଗର୍ତ୍ତଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଗୋଲାକାର ଏବଂ ଆବର୍ତ୍ତନ କରେନାହିଁ ବୋଲି ଅନୁମାନ କରେ: ଏକ ପ୍ରକାରର
କୃଷ୍ଣଗର୍ତ୍ତ ଯାହା ପ୍ରକୃତରେ ନାହିଁ। ବାସ୍ତବତା ହେଉଛି ଏହି ମାପକାଠିରେ ପଦାର୍ଥ ବିଜ୍ଞାନ ଟିକେ ଅସ୍ପଷ୍ଟ।
ତେଣୁ ଆମେ ଏଠାରେ କହିଥିବା କିଛି କୃଷ୍ଣଗର୍ତ୍ତ ହୁଏତ ବହୁତ ଛୋଟ କିମ୍ବା ବଡ଼ ହୋଇପାରେ। ଆମେ ନିଶ୍ଚିତ
ଭାବରେ ଜାଣିନାହୁଁ। ଆମେ ବିଭିନ୍ନ ଉତ୍ସଗୁଡ଼ିକର ବିଭିନ୍ନ ପ୍ରକାରର ମୂଲ୍ୟ ସହ ତୁଳନା କରି ଓ ଏକ ମାନକୀକୃତ ସୂଚୀରେ
ପହଞ୍ଚିବା ପାଇଁ ବିଭିନ୍ନ ବସ୍ତୁତ୍ଵ ଗଣନାଗୁଡ଼ିକର ଉପଯୋଗ କରି ଏହି ସମସ୍ୟାକୁ ଦୂର କଲୁ,
ଯାହା ଆମକୁ ମଣିଷ ରୂପେ ଯଥାସମ୍ଭବ ସଠିକ ହବାକୁ ଅନୁମତି ଦେଲା।
ଆପଣ ଆମର ଉତ୍ସ ଦସ୍ତାବିଜରେ ଏସବୁ ଦେଖିପାରିବେ। ଫଳସ୍ୱରୂପ, ଏହି ସ୍କ୍ରିପ୍ଟ ବିଶେଷଜ୍ଞଙ୍କ ଲୁହରେ ଲେଖାଯାଇଥିଲା,
ଯାହାଙ୍କ ସହିତ ଆମେ ଭଲ ମୂଲ୍ୟବୋଧ ପାଇଁ ଥିବା ନିଜ ଆବେଶରେ ପାଗଳପ୍ରାୟ କରିଦେଇଥିଲୁ।
ଏହି ପ୍ରକ୍ରିୟାରେ, ଟନ ଟନ ସାମଗ୍ରୀ କଟିଗଲା ଏବଂ ଏହା ଅନ୍ତିମ ଭିଡ଼ିଓରେ
ପହଞ୍ଚିଲା ନାହିଁ - କିନ୍ତୁ ସୌଭାଗ୍ୟବଶତଃ ଆମେ ଏହାକୁ ନଷ୍ଟ ନକରିବାର ଏକ ଉପାୟ ପାଇଲୁ:
ଆମେ ପରିସରକୁ ଜଡ଼ ବୁଦ୍ଧିରୁ ଆରମ୍ଭକରି ଅଧିକ ଗମ୍ଭୀର ପର୍ଯ୍ୟନ୍ତ ବିସ୍ତାର କରି ବହୁତ ଗୁଡ଼ା କୃଷ୍ଣଗର୍ତ୍ତ ବାଣିଜ୍ୟ ଦ୍ରବ୍ୟ ତିଆରି କରିଛୁ।
ଏହି ଉପାୟରେ ଆମେ ବିଭିନ୍ନ ଦିଗରୁ ଏକ ବିଷୟ ଅନୁସନ୍ଧାନ କରିବାକୁ ପାଇଥାଉ - ଏବଂ
ଏହି ଭିଡ଼ିଓ ସମାପ୍ତ ହେବା ପରେ ଆପଣ କୃଷ୍ଣଗର୍ତ୍ତ ସହିତ ମଜା କରିବା ଜାରି ରଖିବେ।