କୋରୋନା ଭୂତାଣୁ ବ୍ୟାଖ୍ୟା କରାଯାଇଛି ଏବଂ ଆପଣ କଣ କରିବା ଉଚିତ। | Kurzgesagt

🎁Amazon Prime 📖Kindle Unlimited 🎧Audible Plus 🎵Amazon Music Unlimited 🌿iHerb 💰Binance

ଭିଡିଓ

ଟ୍ରାନ୍ସକ୍ରିପସନ୍

ଡିସେମ୍ବର ୨୦୧୯ରେ ଚୀନ କର୍ତ୍ତୃପକ୍ଷ

ଜଗତକୁ ସୂଚିତ କଲେ ଯେ ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ଏକ ଭୂତାଣୁ ବିସ୍ତାର କରୁଥିଲା।

ପରବର୍ତ୍ତୀ ମାସରେ, ଏହା ଅନ୍ୟ ଦେଶକୁ ବ୍ୟାପିଗଲା, କିଛି ଦିନ ମଧ୍ୟରେ ମାମଲା ଦ୍ୱିଗୁଣିତ ହେଲା।

ଏହି ଭୂତାଣୁ ହେଉଛି ଗୁରୁତର ଉତ୍କଟ ଶ୍ଵାସକ୍ରିୟା ସିଣ୍ଡ୍ରୋମ ସମ୍ବନ୍ଧୀୟ-କୋରୋନାଭୂତାଣୁ ୨

ଯାହାକି କୋଭିଡ୍-୧୯ ନାମକ ରୋଗ ସୃଷ୍ଟି କରେ ଏବଂ ସମସ୍ତେ ସାଧାରଣ ଭାବେ କୋରୋନାଭୂତାଣୁ ବୋଲି ଡାକନ୍ତି।

ପ୍ରକୃତରେ କ’ଣ ହୁଏ ଯେତେବେଳେ ଏହା ଏକ ମଣିଷକୁ ସଙ୍କ୍ରମିତ କରେ ଏବଂ ଆମେ ସମସ୍ତେ କ’ଣ କରିବା ଉଚିତ?

ଓଡ଼ିଆ ଲୋକାଲାଇଜେସନ୍ ଦ୍ଵାରା ପ୍ରସ୍ତୁତ

[ଉପକ୍ରମ ସଙ୍ଗୀତ]

ଏକ ଭୂତାଣୁ ପ୍ରକୃତରେ ଆନୁବଂଶିକ ସାମଗ୍ରୀ ଏବଂ କିଛି ପୃଷ୍ଟିସାର ଚାରିପାଖରେ ଏକ ଖୋଳ ସଦୃଶ, ଯୁକ୍ତିଯୁକ୍ତ ଭାବରେ ଏକ ଜୀବିତ ବସ୍ତୁ ମଧ୍ୟ ନୁହେଁ।

ଏହା କେବଳ ଜୀବନ୍ତ କୋଷରେ ପ୍ରବେଶ କରି ନିଜର ବୃଦ୍ଧି କରିପାରିବ।

କୋରୋନା କୌଣସି ପଦାର୍ଥର ଉପରିଭାଗ ମାଧ୍ୟମରେ ବିସ୍ତାରିତ ହୋଇପାରେ,

କିନ୍ତୁ ଏହା ଅନିଶ୍ଚିତ ଯେ ଏହା ସେମାନଙ୍କ ଉପରେ କେତେ ସମୟ ବଞ୍ଚି ପାରିବ।

ଏହାର ବ୍ୟାପିବାର ମୁଖ୍ୟ ରାସ୍ତା ଲାଗୁଛି ଜଳକଣା ସଂକ୍ରମଣ ଯେତେବେଳେ ଲୋକମାନେ କାଶନ୍ତି, କିମ୍ବା ଯଦି ଆପଣ ଜଣଙ୍କୁ ଛୁଅନ୍ତି ଯିଏକି ଅସୁସ୍ଥ ଏବଂ ପରେ ଆପଣଙ୍କ ଚେହେରାକୁ ସ୍ପର୍ଶ କରନ୍ତି,

କହିପାରିବା ଆଖି କିମ୍ବା ନାକକୁ ଘଷିବା।

ଜୀବାଣୁ ଏଠାରେ ଏହାର ଯାତ୍ରା ଆରମ୍ଭ କରେ, ଏବଂ ତା’ପରେ ଶରୀରର ଗଭୀରକୁ ଏକ ଜାହାଜ ପରି ଧକ୍କାମୟ ଯାତ୍ରା କରନ୍ତି।

ଏହାର ଗନ୍ତବ୍ୟସ୍ଥଳ ହେଉଛି ଅନ୍ତ୍ର, ପ୍ଳୀହା କିମ୍ବା ଫୁସଫୁସ, ଯେଉଁଠାରେ ଏହାର ସବୁଠାରୁ ଅଧିକ ନାଟକୀୟ ପ୍ରଭାବ ପଡ଼ିପାରେ।

ଏପରିକି ଅଳ୍ପ କିଛି କରୋନା ଭୂତାଣୁ ମଧ୍ୟ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି।

ଫୁସଫୁସରେ କୋଟି କୋଟି ଅଧିଚ୍ଛେଦ କୋଷ ଧାଡ଼ି ହୋଇ ରହିଥାଏ।

ଏଗୁଡ଼ିକ ଆପଣଙ୍କର ଶରୀରର ସୀମା କୋଷ ଅଟେ ଯାହା ଆପଣଙ୍କର ସଂକ୍ରମିତ ହେବାକୁ ଅପେକ୍ଷା କରିଥିବା ଅଙ୍ଗ ଏବଂ ଶ୍ଳେଷ୍ମାକୁ ଆଚ୍ଛାଦିତ କରି ରଖିଥାଏ।

କୋରୋନା ଏହାର ଆନୁବଂଶିକ ପଦାର୍ଥକୁ ଅନ୍ତଃକ୍ଷେପଣ କରିବା ପାଇଁ ଏହାର ଶୀକାରର ଝିଲ୍ଲୀ ଉପରେ ଏକ ନିର୍ଦ୍ଦିଷ୍ଟ ରିସେପ୍ଟର ସହିତ ଜୋଡ଼ି ହୋଇଥାଏ।

କ’ଣ ଘଟୁଛି ସେ ବିଷୟରେ ଅଜ୍ଞ ଥିବା କୋଷ, ନୂତନ ନିର୍ଦ୍ଦେଶଗୁଡ଼ିକୁ କାର୍ଯ୍ୟକାରୀ କରେ, ଯାହା ଅତି ସରଳ ଅଟେ:

ପ୍ରତିଲିପିକରଣ ଏବଂ ପୁନଃ ଏକତ୍ରିକରଣ କରିବା।

ଏକ କ୍ରାନ୍ତୀୟ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଏହା ମୂଳ ଭୂତାଣୁର ଅଧିକରୁ ଅଧିକ ପ୍ରତିଲିପି ସହିତ ଭର୍ତ୍ତି ହୋଇଚାଲେ ଏବଂ ଗୋଟିଏ ଚୂଡ଼ାନ୍ତ ଆଦେଶ ଗ୍ରହଣ କରେ,

ଆତ୍ମବିନାଶ।

କୋଷଟି ଏକ ପ୍ରକାର ତରଳି ଯାଏ ଓ ନୂତନ କୋରୋନା କଣିକା ଛାଡ଼େ ଯାହା ଅଧିକ କୋଷ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥାଏ।

ସଙ୍କ୍ରମିତ କୋଷଗୁଡ଼ିକର ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲେ।

ପାଖାପାଖି ୧୦ ଦିନ ପରେ, ଶରୀରର ଲକ୍ଷ ଲକ୍ଷ କୋଷ ସଙ୍କ୍ରମିତ ହୋଇଥାଏ ଏବଂ କୋଟି କୋଟି ଜୀବାଣୁ ଫୁସଫୁସକୁ ଘେରି ଯାଆନ୍ତି।

ଭୂତାଣୁ ଏପର୍ଯ୍ୟନ୍ତ ଅଧିକ କିଛି କ୍ଷତି କରିନାହିଁ, କିନ୍ତୁ କୋରୋନା ବର୍ତ୍ତମାନ ଆପଣଙ୍କୁ ଭୟଙ୍କର ଭାବେ ଘାରିବାକୁ ଯାଉଛି।

ଆପଣଙ୍କର ନିଜ ପ୍ରତିରକ୍ଷା ପ୍ରଣାଳୀ।

ପ୍ରତିରକ୍ଷା ପ୍ରଣାଳୀ, ସେଠାରେ ଆପଣଙ୍କୁ ସୁରକ୍ଷା ଦେବା ପାଇଁ ଥିବାବେଳେ, ପ୍ରକୃତରେ ଆପଣଙ୍କ ପାଇଁ ବହୁତ ବିପଜ୍ଜନକ ହୋଇପାରେ ଏବଂ କଡ଼ା ନିୟନ୍ତ୍ରଣ ଆବଶ୍ୟକ କରେ।

ଏବଂ ଯେହେତୁ ଭୂତାଣୁ ସହିତ ଲଢ଼ିବା ପାଇଁ ପ୍ରତିରକ୍ଷା କୋଷଗୁଡ଼ିକ ଫୁସଫୁସକୁ ମାଡ଼ିଯାଆନ୍ତି, କୋରୋନା ସେମାନଙ୍କ ମଧ୍ୟରୁ କିଛି ଗୁଡ଼ିକୁ ସଙ୍କ୍ରମିତ କରିଦିଏ ଓ ଦ୍ୱନ୍ଦ୍ୱ ସୃଷ୍ଟି କରେ।

କୋଷଗୁଡ଼ିକର କାନ କିମ୍ବା ଆଖି ନଥାଏ।

ସେମାନେ ସାଇଟୋକାଇନ୍ ନାମକ କ୍ଷୁଦ୍ର ସୂଚନା ପ୍ରୋଟିନ୍ ମାଧ୍ୟମରେ ଯୋଗାଯୋଗ କରନ୍ତି।

ପ୍ରାୟ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରତିକ୍ରିୟା ସେମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

କୋରୋନା ସଙ୍କ୍ରମିତ ରୋଗ ପ୍ରତିରୋଧକ କୋଷକୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ କରି ରକ୍ତରଞ୍ଜିତ ହତ୍ୟା ଭିଆଇଥାଏ।

ଏକ ଅର୍ଥରେ, ଏହା ପ୍ରତିରକ୍ଷା ପ୍ରଣାଳୀକୁ ଯୁଦ୍ଧଖୋର କରିଦିଏ ଏବଂ ଅପେକ୍ଷାଧିକ ସୈନିକ ପଠାକରାଏ ଯାହା ଏହାର ସାଧନ ନଷ୍ଟ କରେ ଓ କ୍ଷତି ଘଟାଏ।

ବିଶେଷ କରି ଦୁଇ ପ୍ରକାରର କୋଷଗୁଡ଼ିକ ବିନାଶ ଘଟାନ୍ତି।

ପ୍ରଥମେ, ନିଉଟ୍ରୋଫିଲ୍, ଯାହା ଆମ କୋଷ ସମେତ ଅନ୍ୟାନ୍ୟ ପଦାର୍ଥ ମାରିବାରେ ସିଦ୍ଧହସ୍ତ।

ଯେହେତୁ ସେମାନେ ହଜାର ହଜାର ସଂଖ୍ୟାରେ ପହଞ୍ଚନ୍ତି, ସେମାନେ ଏନଜାଇମ୍ ପମ୍ପ କରିବା ଆରମ୍ଭ କରନ୍ତି ଯାହା ଅନେକ ମିତ୍ରକୁ ଶତୃ ଭାବେ ନଷ୍ଟ କରିଥାଏ।

ଦ୍ବିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରକାରର କୋଷ ହେଉଛି ଘାତକ ଟି-କୋଷ ଯାହା ଉନ୍ମାଦ ହୋଇଯାଏ, ଯାହା ସାଧାରଣତଃ ସଙ୍କ୍ରମିତ କୋଷଗୁଡ଼ିକୁ ନିୟନ୍ତ୍ରିତ ଆତ୍ମହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥାଏ।

ସେମାନେ ଏପରି ଦ୍ୱନ୍ଦ୍ୱରେ ଥାଆନ୍ତି, ନିଜକୁ ମାରିବା ପାଇଁ ମଧ୍ୟ ସୁସ୍ଥ କୋଷଗୁଡ଼ିକୁ ଆଦେଶ ଦେବା ଆରମ୍ଭ କରନ୍ତି।

ଯେତେ ଅଧିକରୁ ଅଧିକ ପ୍ରତିରକ୍ଷା କୋଷ ପହଞ୍ଚନ୍ତି, ସେତେ ଅଧିକ କ୍ଷତି କରନ୍ତି ଏବଂ ସୁସ୍ଥ ଫୁସଫୁସ ଟିସୁକୁ ସେମାନେ ମାରିଦିଅନ୍ତି।

ଏହା ଏତେ ଖରାପ ହୋଇପାରେ ଯେ ଏହା ସ୍ଥାୟୀ ଅପ୍ରତ୍ୟାବର୍ତ୍ତୀ କ୍ଷତି ଘଟାଇପାରେ, ଯାହା ଆଗକୁ ଯାଇ ଆଜୀବନ ଅକ୍ଷମତାର କାରଣ ହୁଏ।

ଅଧିକାଂଶ କ୍ଷେତ୍ରରେ, ପ୍ରତିରକ୍ଷା ପ୍ରଣାଳୀ ଧୀରେ ଧୀରେ ନିୟନ୍ତ୍ରଣ ଫେରିପାଏ।

ଏହା ସଙ୍କ୍ରମିତ କୋଷଗୁଡ଼ିକୁ ମାରିଦିଏ, ନୂତନ ସଙ୍କ୍ରମଣ କରିବାକୁ ଚେଷ୍ଟା କରୁଥିବା ଭୂତାଣୁକୁ ବାଧା ଦେଇଥାଏ ଏବଂ ଯୁଦ୍ଧକ୍ଷେତ୍ରକୁ ପରିଷ୍କାର କରିଥାଏ।

ପୁନରୁଦ୍ଧାର ଆରମ୍ଭ।

କରୋନା ଦ୍ଵାରା ସଙ୍କ୍ରମିତ ଅଧିକାଂଶ ଲୋକ ଅପେକ୍ଷାକୃତ ମୃଦୁ ଲକ୍ଷଣ ସହ ଏହାକୁ ପାର କରିନେବେ।

କିନ୍ତୁ ଅନେକ ମାମଲା ଗୁରୁତର କିମ୍ବା ଆହୁରି ଗମ୍ଭୀର ହୋଇଯାଏ।

ଆମେ ଶତକଡ଼ା ଜାଣିନାହୁଁ କାରଣ ସମସ୍ତ ମାମଲା ଚିହ୍ନଟ ହୋଇନାହିଁ,

କିନ୍ତୁ ଏହା କହିବା ନିରାପଦ ଯେ ଥଣ୍ଡା ଅପେକ୍ଷା ବହୁତ କିଛି ଅଛି। ଅଧିକ ଗୁରୁତର କ୍ଷେତ୍ରରେ,

ଲକ୍ଷ ଲକ୍ଷ ଅଧିଚ୍ଛେଦ କୋଷ ମରିଯାଇଛନ୍ତି ଏବଂ ସେମାନଙ୍କ ସହିତ ଫୁସଫୁସର ପ୍ରତିରକ୍ଷା ଆଚ୍ଛାଦନ ଦୂର ହୋଇଗଲା।

ଏହାର ଅର୍ଥ ହେଉଛି ଆଲଭେଓଲି - କ୍ଷୁଦ୍ର ବାୟୁ ଥଳି ଯାହା ମାଧ୍ୟମରେ ଶ୍ୱାସକ୍ରିୟା ହୁଏ - ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇପାରନ୍ତି ଯାହା ସାଧାରଣତଃ ଏକ ବଡ଼ ସମସ୍ୟା ନୁହେଁ।

ରୋଗୀମାନେ ନିମୋନିଆରେ ଆକ୍ରାନ୍ତ ହୁଅନ୍ତି।

ଶ୍ବାସକ୍ରିୟା କରିବା କଠିନ ହୁଏ କିମ୍ବା ବିଫଳ ମଧ୍ୟ ହୋଇଥାଏ, ଏବଂ ରୋଗୀମାନେ ବଞ୍ଚିବା ପାଇଁ ଭେଣ୍ଟିଲେଟର ଆବଶ୍ୟକ କରନ୍ତି।

ପ୍ରତିରକ୍ଷା ପ୍ରଣାଳୀ ସପ୍ତାହ ସପ୍ତାହ ଧରି ପୂର୍ଣ୍ଣ କ୍ଷମତାରେ ଲଢ଼ିଛି ଏବଂ ଲକ୍ଷ ଲକ୍ଷ ଭୂତାଣୁରୋଧି ଅସ୍ତ୍ର ତିଆରି କରିଛି।

ଏବଂ ଯେପରି ହଜାର ହଜାର ଜୀବାଣୁ ଦ୍ରୁତ ଗତିରେ ବଢ଼ିନ୍ତି ଏହା ଅତିଷ୍ଠ ହୋଇଯାଏ।

ସେଗୁଡ଼ିକ ରକ୍ତରେ ପ୍ରବେଶ କରି ଶରୀରକୁ ଦଳିଦିଅନ୍ତି; ଯଦି ଏହା ଘଟେ, ମୃତ୍ୟୁର ସମ୍ଭାବନା ବହୁତ।

କୋରୋନା ଭୂତାଣୁକୁ ପ୍ରାୟତଃ ଥଣ୍ଡା ସହିତ ତୁଳନା କରାଯାଏ, କିନ୍ତୁ ପ୍ରକୃତରେ ଏହା ଆହୁରି ଅଧିକ ବିପଜ୍ଜନକ ଅଟେ।

ଜାରି ରହିଥିବା ବିଶ୍ଵବ୍ୟାପୀ ମହାମାରୀ ସମୟରେ ପ୍ରକୃତ ମୃତ୍ୟୁ ହାର ଜାଣିବା କଷ୍ଟକର ହୋଇଥିଲା ବେଳେ,

ଆମେ ନିଶ୍ଚିତ ଭାବରେ ଜାଣୁ ଯେ ଏହା ଅଧିକ ସଙ୍କ୍ରାମକ ଏବଂ ଥଣ୍ଡା ଅପେକ୍ଷା ଶୀଘ୍ର ବିସ୍ତାର ହୁଏ।

କୋରୋନା ପରି ଜାଗତିକ ମହାମାରୀ ପାଇଁ ଦୁଇଟି ଭବିଷ୍ୟତ ଅଛି: ଦ୍ରୁତ ଏବଂ ଧୀର।

ଆମେ କେଉଁ ଭବିଷ୍ୟତ ଦେଖିବା ତାହା ଏହା ନିର୍ଭର କରେ ଯେ ଆକ୍ରାନ୍ତର ପ୍ରଥମ ଦିନରେ ଆମେ ସମସ୍ତେ ଏହା ଉପରେ କିପରି ପ୍ରତିକ୍ରିୟା କରୁଛୁ।

ଏକ ଦ୍ରୁତ ମହାମାରୀ ଭୟଙ୍କର ହେବ ଏବଂ ଅନେକ ଜୀବନ ନେଇଯିବ;

ଏକ ଧୀର ମହାମାରୀ ଇତିହାସ ପୁସ୍ତକ ଦ୍ୱାରା ସ୍ମରଣୀୟ ହେବ ନାହିଁ।

ଅତି ଦ୍ରୁତ ଗତିର ସଙ୍କ୍ରମଣ ସହିତ ଦ୍ରୁତ ମହାମାରୀ ପାଇଁ ସବୁଠାରୁ ଖରାପ ପରିସ୍ଥିତି ଆରମ୍ଭ ହୁଏ।

କାରଣ ଏହାକୁ ମନ୍ଥର କରିବା ପାଇଁ କୌଣସି ପ୍ରତ୍ୟୁପାୟ ପଦକ୍ଷେପ ନଥାଏ।

ଏହା କାହିଁକି ଏତେ ଖରାପ?

ଏକ ଦ୍ରୁତ ମହାମାରୀରେ ଅନେକ ଲୋକ ଏକ ସମୟରେ ଅସୁସ୍ଥ ହୁଅନ୍ତି।

ଯଦି ସଂଖ୍ୟା ବହୁତ ବଢ଼ିଯାଏ, ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏହାକୁ ପରିଚାଳନା କରିବାକୁ ଅସମର୍ଥ ହୁଏ।

ସମସ୍ତଙ୍କୁ ସାହାଯ୍ୟ କରିବାକୁ ଡାକ୍ତରଖାନା କର୍ମଚାରୀ କିମ୍ବା ଭେଣ୍ଟିଲେଟର ପରି ଯନ୍ତ୍ରପାତି ପରି ପର୍ଯ୍ୟାପ୍ତ ସାଧନ ନଥାଏ।

ଲୋକମାନେ ଚିକିତ୍ସିତ ନହୋଇ ମରିବେ।

ଏବଂ ଯେତେ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ନିଜେ ଅସୁସ୍ଥ ହୁଅନ୍ତି, ସ୍ୱାସ୍ଥ୍ୟସେବା ପ୍ରଣାଳୀର କ୍ଷମତା ଆହୁରି ହ୍ରାସ ପାଇଥାଏ।

ଯଦି ଏହି ପରିସ୍ଥିତି ହୁଏ, ତେବେ କିଏ ବଞ୍ଚିବ ଏବଂ କିଏ ନାହିଁ ସେ ବିଷୟରେ ଭୟଙ୍କର ନିଷ୍ପତ୍ତି ନେବାକୁ ପଡ଼ିବ।

ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ।

ଏହାକୁ ଏଡ଼ାଇବା ପାଇଁ, ବିଶ୍ଵ - ଏହାର ଅର୍ଥ ଆମ ସମସ୍ତେ - ଏହାକୁ ଏକ ଧୀର ମହାମାରୀରେ ପରିଣତ କରିବା ପାଇଁ ଯାହା କରିପାରିବ ତାହା କରିବା ଆବଶ୍ୟକ।

ସଠିକ ପ୍ରତିକ୍ରିୟା ଦ୍ୱାରା ଏକ ମହାମାରୀ ମନ୍ଥର ହୋଇଯାଏ।

ବିଶେଷକରି ପ୍ରାରମ୍ଭିକ ପର୍ଯ୍ୟାୟରେ, ଯାହାଫଳରେ ସମସ୍ତେ ଯେଉଁମାନେ ଅସୁସ୍ଥ ହୋଇ ପଡ଼ନ୍ତି ସେମାନେ ଚିକିତ୍ସିତ ହୋଇପାରିବେ ଏବଂ ଡାକ୍ତରଖାନାଗୁଡ଼ିକ ସୂଚାରୁରୂପେ କାର୍ଯ୍ୟ କରିପାରିବେ।

ଯେହେତୁ ଆମ ପାଖେ କୋରୋନା ପାଇଁ ପ୍ରତିଷେଧକ ଟିକା ନାହିଁ, ଆମକୁ ସାମାଜିକ ଭାବରେ ଆମର ଆଚରଣ ଗଠନ କରିବାକୁ ପଡ଼ିବ,

ଏକ ସାମାଜିକ ଟିକା ପରି କାର୍ଯ୍ୟ କରିବା ପାଇଁ। ଏହା ସରଳଭାବରେ ଦୁଇଟି ଜିନିଷ ବୁଝାଇଥାଏ:

୧. ସଙ୍କ୍ରମିତ ନହେବା; ଏବଂ ୨. ଅନ୍ୟମାନଙ୍କୁ ସଙ୍କ୍ରମିତ ନ କରିବା।

ଯଦିଓ ଏହା ନଗଣ୍ୟ ମନେହୁଏ, ତେବେ ସବୁଠାରୁ ଭଲ ଜିନିଷ ଯାହା ଆପଣ କରିପାରିବେ ହେଉଛି ଆପଣଙ୍କ ହାତ ଧୋଇବା।

ସାବୁନ ପ୍ରକୃତରେ ଏକ ଶକ୍ତିଶାଳୀ ଉପକରଣ।

କୋରୋନା ଭୂତାଣୁ ମୂଳତଃ ଚର୍ବିର ଏକ ସ୍ତରରେ ଆବଦ୍ଧ;

ସାବୁନ ସେହି ଚର୍ବିକୁ ଖଣ୍ଡ ଖଣ୍ଡ କରି ଅଲଗା କରି ଆପଣଙ୍କୁ ସଙ୍କ୍ରମିତ କରିବାରେ ଅସମର୍ଥ କରେ।

ଏହା ମଧ୍ୟ ଆପଣଙ୍କ ହାତକୁ ଖସଡ଼ା କରିଥାଏ, ଏବଂ ଧୋଇବାର ଯାନ୍ତ୍ରିକ ଗତି ସହିତ ଭୂତାଣୁ ନଷ୍ଟ ହୋଇଯାଏ।

ଏହାକୁ ସଠିକ ଭାବରେ କରିବା ପାଇଁ, ହାତ ଧୋଇଦିଅନ୍ତୁ ଯେପରି ଆପଣ କିଛି ଲଙ୍କା କାଟି ଦେଇଛନ୍ତି ଏବଂ ଠିକ ପରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବାକୁ ଚାହୁଁଛନ୍ତି।

ପରବର୍ତ୍ତୀ ବିଷୟଟି ହେଉଛି ସାମାଜିକ ଦୂରତା, ଯାହା ଏକ ସୁନ୍ଦର ଅନୁଭୂତି ନୁହେଁ,

କିନ୍ତୁ କରିବା ଏକ ସୁନ୍ଦର କଥା। ଏହାର ଅର୍ଥ: ଆଲିଙ୍ଗନ ନାହିଁ, କରମର୍ଦ୍ଦନ ନାହିଁ।

ଯଦି ଆପଣ ଘରେ ରହିପାରିବେ, ଯେଉଁମାନେ ସମାଜର କାର୍ଯ୍ୟ କରିବା ପାଇଁ ବାହାରେ ରହିବା ଆବଶ୍ୟକ କରନ୍ତି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଘରେ ରୁହନ୍ତୁ:

ଡାକ୍ତରଙ୍କ ଠାରୁ କ୍ୟାସିଅର୍ କିମ୍ବା ପୋଲିସ୍ ଅଧିକାରୀ ପର୍ଯ୍ୟନ୍ତ; ଆପଣ ସେ ସମସ୍ତଙ୍କ ଉପରେ ନିର୍ଭର କରନ୍ତି; ସେମାନେ ସମସ୍ତେ ଅସୁସ୍ଥ ନହେବା ପାଇଁ ଆପଣଙ୍କ ଉପରେ ନିର୍ଭର କରନ୍ତି।

ଏକ ବୃହତ ସ୍ତରରେ, ସଙ୍ଗରୋଧ ଅଛି, ଯାହା ଭ୍ରମଣ ପ୍ରତିବନ୍ଧକ ଠାରୁ ଘରେ ରହିବାକୁ ପ୍ରକୃତ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଅର୍ଥ ଦେଇପାରେ।

ସଙ୍ଗରୋଧ ଅନୁଭବ କରିବା ପାଇଁ ଭଲ ନୁହେଁ ଏବଂ ନିଶ୍ଚିତ ଭାବରେ ଲୋକପ୍ରିୟ ନୁହେଁ।

କିନ୍ତୁ ସେମାନେ ଆମକୁ - ଏବଂ ବିଶେଷ ଭାବରେ ଔଷଧ ଏବଂ ଟୀକାକରଣରେ କାର୍ଯ୍ୟ କରୁଥିବା ଅନୁସନ୍ଧାନକାରୀମାନଙ୍କୁ - ଗୁରୁତ୍ୱପୂର୍ଣ୍ଣ ସମୟ ଦେଇଥାନ୍ତି।

ତେଣୁ ଯଦି ଆପଣଙ୍କୁ ସଙ୍ଗରୋଧରେ ରଖାଯାଏ, ତେବେ ଆପଣ କାହିଁକି ଏହା କରାଯାଉଛି ବୁଝିବା ଉଚିତ, ଏବଂ ଏହାକୁ ସମ୍ମାନ କରିବା ଉଚିତ।

ଏଥିରୁ କୌଣସିଟି ମଜା ନୁହେଁ। କିନ୍ତୁ ବୃହତ ଚିତ୍ରକୁ ଦେଖିଲେ ଜଣାପଡ଼େ ବାସ୍ତବରେ ଏହାର ମୂଲ୍ୟ ନଗଣ୍ୟ ଅଟେ।

ମହାମାରୀ କିପରି ଶେଷ ହୁଏ ତା’ର ପ୍ରଶ୍ନ, ତାହା କିପରି ଆରମ୍ଭ ହୁଏ ତାହା ଉପରେ ନିର୍ଭର କରେ;

ଯଦି ସେମାନେ ଏକ ତୀକ୍ଷ୍ଣ ଢାଲୁ ସହିତ ଦ୍ରୁତ ଆରମ୍ଭ କରନ୍ତି, ସେମାନେ ଖରାପ ଭାବରେ ଶେଷ ହୁଅନ୍ତି।

ଯଦି ସେମାନେ ଏତେ ତୀକ୍ଷ୍ଣ ନଥିବା ଢାଲୁ ସହିତ ମନ୍ଥର ଆରମ୍ଭ କରନ୍ତି ସେମାନେ ଠିକ ଠାକ ଭାବରେ ଶେଷ ହୁଅନ୍ତି।

ଏବଂ, ଏହି ଦିନ ଏବଂ ଯୁଗରେ, ଏହା ପ୍ରକୃତରେ ଆମର ସମସ୍ତ ହାତରେ ଅଛି।

ଆକ୍ଷରିକ ଭାବରେ, ଏବଂ

ସାଙ୍କେତିକ ଭାବରେ।

ବିଶେଷଜ୍ଞମାନଙ୍କୁ ଅଶେଷ ଧନ୍ୟବାଦ, ଯେଉଁମାନେ ଏହି ଭିଡ଼ିଓ ପାଇଁ ଆମକୁ ସଂକ୍ଷିପ୍ତ ବିଜ୍ଞପ୍ତିରେ ସାହାଯ୍ୟ କରିଥିଲେ,

ବିଶେଷ ଭାବରେ ଆମର ତଥ୍ୟରେ ଜଗତ,

ବିଶ୍ଵର ସବୁଠୁ ବଡ଼ ସମସ୍ୟା ଉପରେ ଅନୁସନ୍ଧାନ ଓ ତଥ୍ୟ ପାଇଁ ଅନଲାଇନ୍ ପ୍ରକାଶନ।

ଏବଂ ସେଗୁଡ଼ିକର ସମାଧାନ ପାଇଁ କିପରି ଅଗ୍ରଗତି କରିବା।

ସେମାନଙ୍କର ସାଇଟ୍ ଦେଖନ୍ତୁ। ଏଥିରେ କୋରୋନା ମହାମାରୀ ଉପରେ କ୍ରମାଗତ ଭାବରେ ଅଦ୍ୟତନ ହେଉଥିବା ଏକ ପୃଷ୍ଠା ମଧ୍ୟ ଅନ୍ତର୍ଭୁକ୍ତ।

[ସମାପନ ସଙ୍ଗୀତ]